ଖନ୍ତାପଡ଼ା,୧୦/୦୫: ବାଇକ୍କୁ ଧକ୍କା ଦେଲା ଟ୍ରେଲର୍ । ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ । ମୃତକ ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଥାନା ନାୟକପଡା ବେଜପାଲି ଗ୍ରାମର ସୌଦାମିନୀ ଲୁହାଙ୍କ ପୁଅ ଧନଞ୍ଜୟ ବୋଲି ଜଣାପଡ଼ିଛି । ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ନିକଟରେ ଥିବା ଜଗନ୍ନାଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଧନଞ୍ଜୟ ସ୍ଥାନୀୟ ହାଇଲାଣ୍ଡ ଚିଙ୍ଗୁଡ଼ି କମ୍ପାନୀରେ ଷ୍ଟୋର କିପର ଭାବେ କାର୍ଯ୍ୟ କରୁଥିଲେ । ଶନିବାର ସକାଳେ ଏକ ବାଇକ୍ ଯୋଗେ ବାଲେଶ୍ୱରକୁ ଯାଉଥିଲେ। ଶେରଗଡ଼ ବିଟ ହାଉସ ଅଧୀନ ଜଗନ୍ନାଥ ପେଟ୍ରୋଲ ପମ୍ପରୁ ତେଲ ପକାଇ ବାହାରୁଥିବା ଟ୍ରେଲର୍ ଧନଞ୍ଜୟଙ୍କ ସହିତ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଧନଞ୍ଜୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ୱକୁ ଛିଟିକି ପଡିଥିଲା । ଏହା ଦେଖି ସ୍ଥାନୀୟଲୋକେ ଟ୍ରେଲରଟିକୁ ଅଟକ ରଖିବା ସହିତ ଧନଞ୍ଜୟକୁ ଖନ୍ତାପଡ଼ା ଗୋଷ୍ଠୀ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ଖବର ଲେଖା ହେବା ବେଳକୁ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।